ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର: ଆଜି ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ। ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ପଡ଼ୁଛି ।  ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା ପ୍ରାୟତଃ କମିଯାଇଥିଲେ ବି ଗୁଟ୍‌ଖା ଖିଆ ଖୋଲାଖୋଲି ଚାଲିଛି। ସ୍କୁଲ୍‌, କଲେଜ ଭଳି ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‌ଖା ବିକ୍ରି ନିଷିଦ୍ଧ କରାଯାଇଛି ସତ, କିନ୍ତୁ ଲୁଚାଚୋରାରେ ସବୁ ଚାଲିଛି। ସମ୍ପ୍ରତି ଯୁବପିଢ଼ି ଗୁଟ୍‌ଖା କବଳରେ କବଳିତ।  ଗୁଟ୍‌ଖା ପ୍ରଭାବରେ କ୍ୟାନ୍‌ସର ପୀଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୨୨ ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ବିଶ୍ୱରେ ପ୍ରାୟ ୮ ନିୟୁତ ଲୋକ ତମାଖୁ ସେବନ ଯୋଗୁ ମୃତ୍ୟୁ ବରଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧.୨ ନିୟୁତ ଲୋକ ତମାଖୁ ସେବନ ନକରି ସୁଦ୍ଧା ପ୍ରାଣ ହରାଉଛନ୍ତି।