ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କଲେ ଆମେରିକା ଗସ୍ତରେ ଥିବା ପ୍ରତିନିଧି ଦଳ

ଆମେରିକା ଗସ୍ତରେ IT ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ ଓ 5T ସଚିବ ଭିକେ ପାଣ୍ଡିଆନ ।  ଆଇଟି ମନ୍ତ୍ରୀ, 5T ସଚିବ, ଉନ୍ନୟନ କମିଶନର, ଆଇଟି ସଚିବ ଓ ବରିଷ୍ଠ ଅଧିକାରୀମାନେ ଇଲୋକ୍ଟ୍ରୋନିକ୍ସ ଶିଳ୍ପର ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେରିକା ଯାଇଥିବା ଏହି ଟିମ ସାନମିନା କର୍ପୋରେସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ କମ୍ପାନିମାନଙ୍କ ସହ ଆଲୋଚନା କରିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଲୋଚନା କରିଛନ୍ତି । ମେରିକାର ସିଲିକନ୍ ଗ୍ରୁପ ଓଡ଼ିଶାରେ କରିବ ପୁଞ୍ଜିନିବେଶ । ୧ ହଜାର କୋଟିର ପୁଞ୍ଜି ନିବେଶ କରିବ ସିଲିକନ୍ ପାୱାର ଗ୍ରୁପ । ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ । ୧୫୦ MM କ୍ଷମତା ସଂପନ୍ନ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଦେଢ଼ରୁ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ କାର୍ବାଇଡ୍ ପ୍ଲାଣ୍ଟ । ଖୁବଶୀଘ୍ର ସିଲିକନ୍ ପାୱାରର ଏକ ଟିମ୍ ଓଡ଼ିଶା ଆସିବେ । ସିଲିକନ୍ ଗ୍ରୁପ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଏକ ଟିମ୍ ।

 

ରାଜ୍ୟରେ ଶିଳ୍ପ ପାଇଁ ଥିବା ଅନୁକୂଳ ବାତାବରଣ, ବଳିଷ୍ଠ ଶିଳ୍ପ ନୀତି ଓ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନକୁ ଯୋଗାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ସାନମିନା କର୍ପୋରେସନର ଅଧିକାରୀଙ୍କୁ ଅବଗତ କରିଥିଲେ । କମ୍ପାନୀ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ଟିମକୁ ସେମାନଙ୍କ ପ୍ରଡକ୍ଟ ସମ୍ପର୍କରେ ଅବଗତ କରିବା ସହ କମ୍ପାନୀ ବୁଲାଇ ଦେଖାଇଥିଲେ । ସାନମିନା ଭାରତରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଆଗ୍ରହୀ ଥିବା ମଧ୍ୟ କମ୍ପାନୀ ପକ୍ଷରୁ କହୁଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପାନୁଷ୍ଠାନକୁ ଦିଆଯାଉଥିବା ପ୍ରୋତ୍ସାହନରେ ଉତ୍ସାହିତ ହୋଇ ସାନମିନା କର୍ପୋରେସନ ରାଜ୍ୟରେ ସାଇବର ସୁରକ୍ଷାରେ ପୁଂଜିନିବେଶ କରିବା ପାଇଁ ଏକ ପ୍ରସ୍ତାବ ଖୁବଶୀଘ୍ର ଓଡିଶା ସରକାରଙ୍କୁ ଦେବେ ବୋଲି ସୂଚନା ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ଏଦିଗରେ ସବୁ ପ୍ରକାର ପ୍ରୋତ୍ସାହନ ଦେବେ ବୋଲି ଆଶ୍ବାସନା ଦିଆଯାଇଛି । ଓଡିଶାରେ ସାଇବର ସିକ୍ୟୁରିଟିର ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା ଦିଗରେ କମ୍ପାନୀ ସହ ଆଲୋଚନା ହୋଇଥିଲା । ରାଜ୍ୟର ସାଇବର ସିକ୍ୟୁରିଟି ନୀତି ପ୍ରସ୍ତୁତିରେ ମଧ୍ୟ ପାଲୋ ଅଲ୍ଟୋ ସହଯୋଗ କରିବ । ସେହିଭଳି ରାଜ୍ୟରେ ଏକ ଜୀବନ୍ତ ଓସେନରିୟମ ଓ ମ୍ୟୁଜିଏମ ପ୍ରତିଷ୍ଠା ନେଇ ବେ-ଇକୋଟାରିୟମର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ଏହି ପ୍ରତିନିଧି ଦଳ । ବେ-ଇକୋଟାରିୟମ ମଧ୍ୟରେ ଓଡିଶାର ପୁଂଜିନିବେଶ ପାଇଁ ସହମତି ପ୍ରକାଶ କରିଛି । ସେହିଭଳି ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ରାମମ୍ବସ ଟେକ୍ନୋଲୋଜିର ପ୍ରତିଷ୍ଠାତାଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି ।