ବଡ଼ ଧରଣର ସୌରଝଡ଼ ସୃଷ୍ଟି

ନୂଆଦିଲ୍ଲୀ: ଆଜି ପୃଥିବୀରେ ସୃଷ୍ଟି ହେବ ବଡ଼ ଧରଣର ସୌରଝଡ଼ । ପ୍ରଥମ ଥର ଲାଗି ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଏହି ଝଡ଼ର ପ୍ରଭାବ ପଡ଼ିବ । ଚଳିତ ସପ୍ତାହର ପ୍ରଥମ ଭାଗରେ କରୋନାଲ ମାସ ଇଜେକସନ ବା ସିଏମଇ ସୃଷ୍ଟି ହୋଇଥିବାବେଳେ ଆଜି ଓ ଆସନ୍ତାକାଲି ସୌରଝଡ଼ ନେଇ ସତର୍କ କରାଇଛି ଆମେରିକାର ମହାକାଶ ଜଳବାୟୁ ସଂସ୍ଥା ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସ୍ପିହରିକ ଆଡମିନିଷ୍ଟ୍ରସନ୍ ବା ଏନଓଏଏ । ଏହି ଦୁଇ ଦିନ ମାଇନର ଜି-୧ କ୍ଲାସ ଜିଓମାଗ୍ନେଟିକ ଷ୍ଟର୍ମ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବ ।ବର୍ତ୍ତମାନ ପୃଥିବୀରେ ୯ଟି ଆକ୍ଟିଭ ସନସ୍ପଟ ରହିଛି । ସନସ୍ପଟର ଅର୍ଥ ହେଉଛି ସେହି ସ୍ଥାନ ଯେଉଁଠି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ୨୫ ଶହ ଗୁଣ ଅଧିକ ।