ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ବିଜୟ ହାସଲ କରିଛନ୍ତି ସିନ୍ଧୁ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା । ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା ସିଙ୍ଗାପୁର ଓପନ୍ ୨୦୨୨ ଜିତିଛନ୍ତି।
ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲରେ ଚୀନର ୱାଙ୍ଗ ଝିଙ୍କୁ ପରାସ୍ତ କରିଛନ୍ତି। ସେ ଏହି ମ୍ୟାଚ୍ କୁ ୨୧-୯, ୧୧-୨୧ ଏବଂ ୨୧-୧୫ରେ ଜିତିଥିଲେ। ସିନ୍ଧୁ ଚଳିତ ବର୍ଷ ଏହି ପ୍ରଥମ ସୁପର-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ଏହା ପୂର୍ବରୁ ସିନ୍ଧୁ ଦୁଇଟି ସୁପର-୩୦୦ ଟୁର୍ଣ୍ଣାମେଣ୍ଟ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ଟାଇଟଲ୍ ଜିତିଥିଲେ। ସିନ୍ଧୁ ସିଙ୍ଗାପୁର ଓପନ୍ ଜିତି ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଦାବିକୁ ମଜବୁତ କରିଛନ୍ତି।