ଆକ୍ସନ ମୋଡରେ ଡୋନାଲ୍ଡ ଟ୍ରମ୍ପ

ମେକ୍ସିକୋ ସୀମାକୁ ପଠାଯିବ ୧୫୦୦ ସୈନିକ; ଟ୍ରମ୍ପ କଣ ଚାହୁଁଛନ୍ତି?

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ନିଷ୍ପତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ପ୍ରଥମ ଦିନରେ ସେ 78ଟି ନିଷ୍ପତ୍ତିକୁ ବାତିଲ କରିଥିଲେ।  ଆମେରିକା-ମେକ୍ସିକୋ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଏହା ବ୍ୟତୀତ, ଟ୍ରମ୍ପ ଘୋଷଣା କରିଛନ୍ତି ଯେ ମେକ୍ସିକୋ ସୀମାରେ ପୁଣି ଏକ ପ୍ରାଚୀର ନିର୍ମାଣ କରାଯିବ।
ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରବାସନ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିରକ୍ଷା ବିଭାଗ ବୁଧବାର ଦିନ ଘୋଷଣା କରିଛି ଯେ ଏହା ଦକ୍ଷିଣ ସୀମାକୁ ଅତିରିକ୍ତ 1,500 ସୈନ୍ୟ ପଠାଇବ। ସେଠାରେ ପ୍ରାୟ 2,500 ଆମେରିକୀୟ ନ୍ୟାସନାଲ ଗାର୍ଡ ଏବଂ ରିଜର୍ଭ ଫୋର୍ସ ଅଛନ୍ତି।

କାଲିଫର୍ନିଆର ସାନ ଡିଏଗୋ ଏବଂ ଟେକ୍ସାସର ଏଲ ପାସୋ ଅଞ୍ଚଳରୁ 5,000 ରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଦେଶାନ୍ତର କରାଯିବ। ଏଥିପାଇଁ ଗୃହ ସୁରକ୍ଷା ବିଭାଗର ବିମାନ ଏବଂ ସାମରିକ ବିମାନର ସାହାଯ୍ୟ ନିଆଯିବ।