ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ମିଳୁ

ସଲାମାବାଦ: ପାକିସ୍ତାନରେ ଶାସକ ବିରୋଧୀଙ୍କ ମଧ୍ୟରେ ଚାଲିଛି ଲଢ଼େଇ ।  ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ମିଳୁ  । ଏହା ଚାହୁଁଛନ୍ତି ଶାସକ ଦଳର ନେତା ।  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜାମିନ ପରଠୁ ଶାସକ ଦଳ କୋର୍ଟ ଉପରେ ବର୍ଷୁଛନ୍ତି ।  ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।ନ୍ୟାସନାଲ ଆସେମ୍ବ୍ଲିରେ ସୁପ୍ରିମକୋର୍ଟ ବିରୋଧରେ ମଧ୍ୟ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ଅଲ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଏହି ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ସେପଟେ ଇମରାନଙ୍କ ମୁକ୍ତି ବିରୋଧରେ ପିଡିଏମର କାର୍ଯ୍ୟକର୍ତ୍ତା ସୁପ୍ରିମକୋର୍ଟ ସାମ୍ନାରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି ।