ଏସିଓ ସମ୍ମିଳନୀରେ ମୋଦୀ, ପୁଟିନ୍ଙ୍କୁ ନିକତର ଦେଖି ସହ୍ୟ କରିପାରୁନାହାଁନ୍ତି ଶେହବାଜ୍ । ସରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏବଂ ହାତ ମିଳାଇବା ପାଇଁ ପୁଟିନ୍ଙ୍କ ପଛରେ ଦୌଡ଼ୁଥିବାର ଦେଖାଯାଇଥିଲା । ଏହି ଘଟଣାଟି ଗ୍ରୁପ ଫଟୋ ସୁଟ୍ ପରେ ଘଟିଥିଲା, ଯେତେବେଳେ ପୁଟିନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଶାହବାଜ ସରିଫଙ୍କ ସାମ୍ନା ଦେଇ ଯାଉଥିଲେ । ସରିଫଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଥିଲା ।
ପୁଟିନ୍ଙ୍କୁ ସାକ୍ଷାତକରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଲେ ଋଷ୍ ଆଉ ଭାରତ ମଧ୍ୟରେ ବଢୁଥିବା ସମ୍ପର୍କକୁ ମୁଁ ସମ୍ମାନ ଜଣାଉଛି । ଦୟାକରି ପାକ୍ ସହିତ ସମ୍ପର୍କ ଏବଂ ମଧ୍ୟ ବନ୍ଧୁତ୍ବ ମଧ୍ୟ ରଖନ୍ତୁ । ଆମେ ଆପଣଙ୍କ ସହିତ ସୁସମ୍ପର୍କ ରଖିବାକୁ ଚାହୁଁଛୁ । ମୋର ଅନୁରୋଧ ରକ୍ଷା କରନ୍ତୁ । ପୁଟିନ୍ଙ୍କ ଆଗରେ ଏଭଳି କାକୁତିମିନତି, ନେହୁରା ହୋଇ ପାକିସ୍ତାନ ସହ ବନ୍ଧୁତା ରଖିବାକୁ ଶେହବାଜ ସରିଫ୍ ଅନୁରୋଧ କରିଛନ୍ତି । ଖାଲି ଏପରି ନେହୁରା ହୋଇନଥିଲେ ପୁଟୁନ୍ଙ୍କ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ ଆଉ କହିଥିଲେ ଆପଣ ଜଣେ ଡାଇନାମିକ୍ ଲିଡର.. । ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ତାନ ବିଭିନ୍ନ କ୍ଷେତ୍ରରେ ରୁଷ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଗ୍ରହୀ ।