ପାକିସ୍ତାନ ଆଣବିକ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଚାଲିଛି

ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ବୃଦ୍ଧି ପାଇଛି । ପାକିସ୍ତାନର ଏପରି କାର୍ଯ୍ୟ ଏବେ ବିଶ୍ବର ସମସ୍ତଙ୍କ ପାଇଁ  ଚିନ୍ତାର କାରଣ ସାଜିଛି ।  କାରଣ ଏହା ଉଗ୍ରବାଦୀ ଗୋଷ୍ଠୀ ମାନଙ୍କ ହାତରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଅର୍ଥନୈତିକ ସଙ୍କଟ ସମୟରେ ମଧ୍ୟ ପାକିସ୍ତାନ ତାର ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି ।   ଆମେରିକାର ପରମାଣୁ ବୈଜ୍ଞାନିକ ମାନଙ୍କର ‘ପାକିସ୍ତାନ ନ୍ୟୁକ୍ଲିଅର ହ୍ୟାଣ୍ଡବୁକ-୨୦୨୩’ ନାମକ ଏକ ରିପୋର୍ଟ ପ୍ରକାଶ ପାଇଛି । ସେହି ରିପୋର୍ଟ ଅନୁସାରେ ବର୍ତ୍ତମାନ ପାକିସ୍ତାନ ପାଖରେ ୧୭୦ ପରମାଣୁ ଯୁଦ୍ଧାସ୍ତ୍ର ରହିଛି । ୨୦୨୫ ବେଳକୁ ଏହାର ସଂଖ୍ୟା ବୃଦ୍ଧି ପାଇ ୨୦୦ ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ୧୯୯୯ ରେ ଆକଳନ କରିଥିଲା ​​ଯେ ୨୦୨୦  ସୁଦ୍ଧା ପାକିସ୍ତାନ ୬୦ ରୁ ୮୦ ଆଣବିକ ଯୁଦ୍ଧାସ୍ତ୍ରର ଅଧିକାରୀ ହେଇଥିବ କିନ୍ତୁ ସେମାନଙ୍କ ସମସ୍ତ ଆକଳନକୁ ପାକିସ୍ତାନ ଭୁଲ ପ୍ରମାଣିତ କରିଦେଇଛି ।