ସ୍ବଦେଶ ଫେରୁଛନ୍ତି ଇସ୍ରାଏଲରେ ଫସିଥିବା ଭାରତୀୟ
ନୂଆଦିଲ୍ଲୀ : ଇସ୍ରାଏଲରେ ଏବେ ଯୁଦ୍ଧ ପରିସ୍ଥିତି । ହମାସ ଆତଙ୍କବାଦୀମାନେ ରକେଟ ମାଡ କରୁଥିବା ବେଳେ ଗାଜାରେ ଇସ୍ରାଏଲ ସେନା ବୋମା ମାଡ଼ କରୁଛି । ସାଧାରଣ ଲୋକେ ଭୟରେ ଜୀବନ ବିତାଉଛନ୍ତି । ଏଭଳି ସମୟରେ ଇସ୍ରାଏଲରୁ ଫେରିଛନ୍ତି ୨୧୨ ଭାରତୀୟ । ଅପରେସନ ଅଜୟରେ ୨୧୨ ଜଣ ଭାରତୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଛି । ଯେଉଁମାନେ ଫେରିବା ପାଇଁ ରେଜିଷ୍ଟ୍ରେସନ କରିଥିଲେ ସେହି ଭାରତୀୟଙ୍କୁ ଇସ୍ରାଏଲ ରାଜଧାନୀ ତେଲ ଅବିବରୁ ଭାରତୀୟଙ୍କୁ ନେଇ ବିମାନ ଆସିଛି । ଅପରେସନ୍ ଅଜୟ ଆରମ୍ଭ ହୋଇଥିବାବେଳେ ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଛନ୍ତି । ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି ।