ଖଲ୍ଲିସ୍ତାନୀ ଆତଙ୍କୀଙ୍କ ସମ୍ପର୍କରେ ଥିବା ୪୩ ଅପରାଧୀଙ୍କ ତାଲିକା ଜାରି
କାନାଡାର ଆତଙ୍କୀ ଗ୍ୟାଙ୍ଗଷ୍ଟର ସହ ସଂପର୍କରେ ଥିବା ୪୩ କୁଖ୍ୟାତ ଅପରାଧୀଙ୍କ ତାଲିକା ଜାରି କରିଛି ଏନଆଇଏ। ଏଥିସହ ଭାରତରେ ଖଲ୍ଲିସ୍ତାନୀ ମୁଭମେଣ୍ଟକୁ ରୋକିବା ଲାଗି ଏନଆଇଏ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଏନଆଇଏ। ଆତଙ୍କବାଦୀ ହରୱିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡା ଏବଂ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡାକୁ ଧରାଇବା ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ସେହିପରି ଏମାନଙ୍କର ଅନ୍ୟ ୩ ସହଯୋଗୀଙ୍କ ନାଁରେ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ।