ନେଲସନ୍ ମାଣ୍ଡେଲା ଦିବସ
ଆଜି ଆନ୍ତର୍ଜାତିକ ନେଲସନ୍ ମାଣ୍ଡେଲା ଦିବସ ସାରା ବିଶ୍ବରେ ପାଳନ କରାଯାଉଛି। ଦକ୍ଷିଣ ଆଫ୍ରିକାର ନେଲସନ୍ ମାଣ୍ଡେଲା ଅଦ୍ବିତୀୟ ନେତା ୧୯୧୬ ଜୁଲାଇ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେଠାରେ ଦୀର୍ଘ କାଳରୁ ତିଷ୍ଠି ରହିଥିବା ବର୍ଣ୍ଣଭିତ୍ତିକ ଭେଦଭାବକୁ ପରାସ୍ତ କରିବା ପାଇଁ ମାଣ୍ଡେଲାଙ୍କର ପରିବର୍ତ୍ତନଶୀଳ ପଦକ୍ଷେପ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିଥିବ। ଏ ପରିପ୍ରେକ୍ଷୀରେ ୨୦୧୦ ମସିହାରେ ତାଙ୍କ ୯୪ତମ ଜନ୍ମଦିନ ଠାରୁ ମିଳିତ ଜାତିସଂଘ ଦ୍ବାରା ‘ଆନ୍ତର୍ଜାତିକ ନେଲସନ୍ ମାଣ୍ଡେଲା ଦିବସ’ ରୂପେ ପାଳନ କରାଯିବା ଲାଗି ଘୋଷଣା କରାଯାଇଥିଲା। ଏହି ଦିବସ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବର୍ଣ୍ଣବୈଷମ୍ୟବାଦ ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ମାଣ୍ଡେଲାଙ୍କ ଲଢ଼େଇକୁ ସ୍ବୀକୃତି ପ୍ରଦାନ କରିବାର ଅବସର ଆଣିଥାଏ। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ନେତା ତଥା ପ୍ରଥମ କୃଷ୍ଣକାୟ ନିର୍ବାଚିତ ରାଷ୍ଟ୍ରପତି ନେସଲନ୍ ମାଣ୍ଡେଲାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିନକୁ ମିଳିତ ଜାତିସଂଘ ପକ୍ଷରୁ ଏକ ସ୍ବତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି। ଏହା ସମାଜସେବା ଏବଂ ଯେଉଁମାନେ ନିଜ ବଳରେ ଲଢ଼ିପାରିବେ ନାହିଁ, ସେମାନଙ୍କ ପାଇଁ କାମ କରିବାର ମହତ୍ତ୍ବକୁ ଆଲୋକପାତ କରିଥାଏ।ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ଜଳବାୟୁ, ଖାଦ୍ୟ ଓ ସଂହତି ସବୁ ଆମ ହାତରେ।