ଫ୍ରାନ୍ସରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

ପ୍ୟାରିସ୍‌: ଫ୍ରାନ୍ସରେ ମୋଦୀଙ୍କୁ ଭବ୍ୟ ସ୍ବାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍‌ ବିମାନବନ୍ଦରରେ ପହଞ୍ଚିବାପରେ ସେଠାରେ ତାଙ୍କୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ୍ସ ସ୍ବାଗତ କରିଥିଲେ। ଭାରତୀୟ ବଂଶୋଦ୍ଭବ ନାଗରିକମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ‘ଭାରତ ମାତା କି ଜୟ’, ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇ ସେମାନେ ମୋଦୀଙ୍କୁ ସ୍ବାଗତ କରିଥିଲେ।

ମୋଦୀ ଆଜି ବାଷ୍ଟିଲ ଡେ’ ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ମୋଦୀଙ୍କ ଗସ୍ତ ଅବସରରେ ୨ ରାଷ୍ଟ୍ର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହେବ। ପ୍ରଧାନମନ୍ତ୍ରୀ ଭାରତୀୟ ବଂଶୋଦ୍ଭବଙ୍କୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଛନ୍ତି ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ବାସଭବନରେ ସ୍ବତନ୍ତ୍ର ନୈଶଭୋଜିରେ ଯୋଗ ଦେଇଛନ୍ତି।