ଯୁଦ୍ଧକୁ ୪୧ ଦିନ; ଆତଙ୍କବାଦୀଙ୍କୁ ଦମନ କରୁଛି ଇସ୍ରାଏଲ ସେନା
ଆତଙ୍କବାଦୀଙ୍କୁ ଦମନ କରୁଛି ଇସ୍ରାଏଲ ସେନା । ହମାସ ଆତଙ୍କବାଦୀମାନେ ସ୍କୁଲ, ହସପିଟାଲ, ଧାର୍ମିକ ସ୍ଥଳର କୋଠା ଭିତରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ଦାବି କରିଛି ଇସ୍ରାଏଲ ସେନା । ଏନେଇ ଭିଡିଓ ମଧ୍ୟ ସେୟାର କରୁଛି ଇସ୍ରାଏଲ ସେନା । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ୪୧ ଦିନ ପୁରିଛି। ଗାଜାରେ ଜୋରଦାର ଚାଲିଛି ସଂଘର୍ଷ । ଆତଙ୍କବାଦୀଙ୍କୁ ଖୋଜି ଖୋଜି ଦମନ କରୁଛି ଇସ୍ରାଏଲ ସେନା। ଗାଜାର ଅଧିକାଂଶ ହସ୍ପିଟାଲ ଗୁଡିକୁ ଆତଙ୍କୀ ଠିକଣା କରିଥିବାରୁ ସମସ୍ତ ହସ୍ପିଟାଲକୁ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରୁଛି ଆଇଡିଏଫ୍। ହସ୍ପିଟାଲରେ ସମସ୍ତେ ଫସି ରହିଛନ୍ତି। ପାଣି ଓ ବିଦ୍ୟୁତ ନଥିବାରୁ ଦୁର୍ଦ୍ଦଶା ବଢି ଯାଇଛି। ଗାଜା-ଇସ୍ରାଏଲ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୪୭୦ ଜଣଙ୍କ ମୃତ୍ୟୁ ହେଲାଣି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବାରୁ କିଛି ଦିନ ଧରି ଇସ୍ରାଏଲ-ଗାଜା ମୃତ୍ୟୁର ସଠିକ ରିପୋର୍ଟ ମିଳିପାରିନଥିବା ଜଣାପଡିଛି। ହସ୍ପିଟାଲରେ ଇଣ୍ଟରନେଟ ସହ ମୋବାଇଲ ସେବା ଯୋଗାଇବା ଉପରେ ଗୁରୁତ୍ବାରୋପ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏହାସହ ଗାଜାରେ ଥିବା ହସ୍ପିଟାଲ ଗୁଡିକରେ ସୁରକ୍ଷିତ ରୋଗୀ ସେବା ନିଶ୍ଚିତ କରାଯାଉ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ।