ହମାସ୍ ଇସ୍ରାଏଲୀୟ ଶିଶୁଙ୍କ ମୁଣ୍ଡକାଟ କରିଥିବାର ପ୍ରମାଣ ପାଇଛି
ୱାସିଂଟନ୍: ଶନିବାର ଦିନ ହମାସ୍ର ଅତର୍କିତ ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରିବା ପରେ ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେବା ପରେ ଦୁଇ ନେତା ହମାସକୁ ଧ୍ବଂସ କରିବାକୁ ଏକମତ ହୋଇଛନ୍ତି । ହମାସ୍ ଆତଙ୍କବାଦୀ ଇସ୍ରାଏଲୀ ଶିଶୁଙ୍କ ମୁଣ୍ଡକାଟ କରିଥିବାର ପ୍ରମାଣ ଦେଖିଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଏଭଳି ଆତଙ୍କବାଦୀ ପୃଥିବୀରେ ରହିବାର ଅଧିକାର ହରାଇଥିବା ସେ କହିଛନ୍ତି ।