ଭାରତ ସରକାର ଏବଂ ନାମିବିୟା ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଆଜି ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜ୍ରେ ଚିତାବାଘ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ବିକାଶକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ପାରସ୍ପରିକ ସହଯୋଗ ବୃଦ୍ଧି ଦିଗରେ ମଧ୍ୟ କାର୍ଯ୍ୟ କରିବ । ଉଭୟ ରାଷ୍ଟ୍ର ପାରସ୍ପରିକ ବିଧିବିଧାନ, ସାର୍ବଭୌମତ୍ୱ, ସମାନତା ତଥା ଭାରତ ଏବଂ ନାମିବିୟାର ସର୍ବଶ୍ରେଷ୍ଠ ସ୍ୱାର୍ଥ ପ୍ରତି ସମ୍ମାନ ପ୍ରଦର୍ଶନ ଆଧାରରେ କାର୍ଯ୍ୟ କରିବେ ।
ଉଭୟ ରାଷ୍ଟ୍ରର ଯେଉଁସବୁ ଅଞ୍ଚଳରେ ପୂର୍ବରୁ ଚିତାବାଘ ବସବାସ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ସେଠାରୁ ଲୋପ ପାଇଯାଇଛନ୍ତି ସେହିସବୁ ସ୍ଥାନମାନଙ୍କରେ ସେମାନଙ୍କର ପୁନଃସଂସ୍ଥାପନ ଏବଂ ସଂରକ୍ଷଣ ଉପରେ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ୱ ଆରୋପ ପୂର୍ବକ ଜୈବବିବିଧତାର ସୁରକ୍ଷା ଦିଗରେ ଭାରତ ଏବଂ ନାମିବିୟା କାର୍ଯ୍ୟ କରିବେ ।ଦୁଇ ଦେଶରେ ଚିତାବାଘଙ୍କ ବିକାଶ ଏବଂ ସେମାନଙ୍କ ସଂରକ୍ଷଣ ଦିଗରେ ଉଭୟ ରାଷ୍ଟ୍ର ନିଜ ନିଜର ବିଶେଷ ଜ୍ଞାନ ଏବଂ କ୍ଷମତା ପରସ୍ପର ମଧ୍ୟରେ ବାଣ୍ଟିବେ
ଉତ୍ତମ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦୁଇ ଦେଶ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଭାଗୀ ହେବେ
ଜୈବବିବିଧତାର ସଂରକ୍ଷଣ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସ୍ଥାନୀୟ ଗୋଷ୍ଠୀର ଲୋକମାନେ ଯେଉଁମାନେ କି ବନ୍ୟପ୍ରାଣୀମାନଙ୍କ ଆବାସସ୍ଥଳୀ କ୍ଷେତ୍ରରେ ବସବାସ କରିଆସୁଛନ୍ତି ସେମାନଙ୍କ ନିମନ୍ତେ ଜୀବନଜୀବିକା ବ୍ୟବସ୍ଥା ସୃଷ୍ଟି କରିବା ।ଜଳବାୟୁ ପରିବର୍ତ୍ତନ, ପର୍ଯ୍ୟାବରଣ ଜନିତ ସୁଶାସନ, ପର୍ଯ୍ୟାବରଣ ଜନିତ ପ୍ରଭାବର ଆକଳନ, ପ୍ରଦୂଷଣ ଓ ବର୍ଜ୍ୟ ପରିଚାଳନା ତଥା ଅନ୍ୟାନ୍ୟ ପାରସ୍ପରିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ମିଳିତ ସହଯୋଗ ଆଧାରରେ କାର୍ଯ୍ୟ କରିବା ପ୍ରଯୁକ୍ତିଗତ ବିଶେଷ ଜ୍ଞାନ ସମେତ ଯେଉଁଠାରେ ଆବଶ୍ୟକ ବନ୍ୟପ୍ରାଣୀ ପରିଚାଳନା ତାଲିମ ଏବଂ ଶିକ୍ଷାଦାନ ନିମନ୍ତେ ଉଭୟ ଦେଶ ମଧ୍ୟରେ ଅଧିକାରୀ ଓ କର୍ମଚାରୀମାନଙ୍କ ଆଦାନପ୍ରଦାନ ।ଜାତୀୟ ସଂରଣକ୍ଷ ନୀତି ତଥା ଭାବଧାରାରେ ଚିତାବାଘମାନଙ୍କ ସଂରକ୍ଷଣ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ । ଭାରତରେ ଚିତାବାଘମାନଙ୍କୁ ପୁଣି ଫେରାଇ ଆଣିବା ମଧ୍ୟ ସଂରକ୍ଷଣ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ । ଚିତାବାଘଙ୍କ ପୁନଃବିକାଶ ମୂଳ ଚିତାବାଘଙ୍କ ଆବାସସ୍ଥଳୀ ସଂରକ୍ଷଣର ଏକ ପ୍ରୋଟୋଟାଇପ୍ର ଅଂଶବିଶେଷ ହେବ ଏବଂ ଏହା ସେମାନଙ୍କ ଜୈବବିବିଧତାର ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିବ । ଏହା ଦେଶରୁ ଦ୍ରୁତ ହ୍ରାସ ପାଉଥିବା ଜୈବବିବିଧତାର ସଂରକ୍ଷଣ ପାଇଁ ମଧ୍ୟ ସହାୟକ ହେବ ।