ମେଟ୍ରୋ ଟିଭି ଓଡିଶା ( ୧୭.ଲେ ୨.୨୦୨୨) :
ସରିଛି ଆଇପିଏଲ ନିଲାମୀ । ଦେଶବିଦେଶର ବହୁ ଖେଳାଳି କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଅନେକ ଖେଳାଳି ପୂର୍ବବର୍ଷ ଅପେକ୍ଷା ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । କିନ୍ତୁ ଆଇପିଏଲ ଖେଳିବାକୁ ପାକିସ୍ତାନୀ ଖେଳାଳିଙ୍କୁ ମନା ।

ଆଇପିଏଲରେ ଭାଗ ନେଉନାହାଁନ୍ତି ପାକ୍ ଖେଳାଳି । ତେବେ ଯଦି ପାକିସ୍ତାନ ଖେଳାଳି ଆଇପିଏଳ ଖେଳୁଥାନ୍ତେ ତେବେ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତେ ବୋଲି ପାକ୍ ପ୍ରଶଂସକ ମାନେ ଦାବି କରିଛନ୍ତି । ଯାହାକୁ ସୋସିଆଲ ମିଡିଆରେ କଡା ଜବାବ ଦିଆଯାଇଛି । ନିଲାମୀ ପରେ କିଛି ପାକିସ୍ତାନୀ ପାକ୍ ଖେଳାଳିଙ୍କୁ ପ୍ରଶଂସା କରି ଆଇପିଏଲକୁ ଟ୍ରୋଲ କରିଥିଲେ । ସାହିନ ଆଫ୍ରିଦି ଆଇପିଏଲ ନିଲାମୀରେ ସାମିଲ ହୋଇଥିଲେ ୨୦୦ କୋଟିରେ ବିକ୍ରି ହୋଇଥାନ୍ତେ ବୋଲି ମତ ଦେଇଥିଲେ । ଯାହାର ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ୟୁଜର ।