ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ଘନିଷ୍ଠତା କାହାକୁ ଅଛପା ନାହିଁ। ଆମେରିକା ୟୁକ୍ରେନ ସର୍ବଦା ପ୍ରତି ପ୍ରତିବଦ୍ଧ ରହିଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନକୁ ସମର୍ଥନ କରିବା ପାଇଁ ୱାଶିଂଟନ ପଛଘୁଞ୍ଚା ଦେବ ନାହିଁ। ଆମେରିକାର ସଂସଦରେ ସ୍ବଳ୍ପ ମିଆଦି ବିଲ ପାରିତ ହେବାର କିଛି ସମୟ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ମନ୍ତବ୍ୟ ଦେଇଛନ୍ତି।ବାଇଡେନ କହିଛନ୍ତି ଯେ, ମୁଁ ଆମେରିକୀୟ ଏବଂ ୟୁକ୍ରେନୀୟମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆପଣ ଆମର ସମର୍ଥନ ଉପରେ ଭରସା କରିପାରିବେ। ଆମେ ପଛକୁ ଫେରିବୁ ନାହିଁ। ୟୁକ୍ରେନକୁ ସମର୍ଥନ ଆମେ ଜାରି ରଖିବୁ। ମୁଁ ଆଶା କରୁଛି ମୋର ବନ୍ଧୁମାନେ ୟୁକ୍ରେନ ପାଇଁ ସମର୍ଥନ ଜଣାଇବେ। ୟୁକ୍ରେନ ପାଇଁ ଆମେରିକାର ସମର୍ଥନକୁ କୌଣସି ପରିସ୍ଥିତିରେ ବାଧା ଦେବାକୁ ଆମେ ଅନୁମତି ଦେବୁ ନାହିଁ। ୟୁକ୍ରେନ ବର୍ତ୍ତମାନ ଆକ୍ରୋଶ ଏବଂ ନିଷ୍ଠୁରତା ବିରୋଧରେ ଯୁଦ୍ଧ କରୁଛି। ତେଣୁ ଆମେ ସହାୟତା ଦେବା ଜରୁରୀ। ସୂଚନାଯୋଗ୍ୟ, ୟୁକ୍ରେନକୁ ଆମେରିକାର ସହାୟତାକୁ ନେଇ ଦେଶରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post