ହମାସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଧରି ନିପାତ କର

ହମାସ ଆତଙ୍କୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।  ସ୍ପାଏ ଏଜେନ୍ସି ମୋସାଦକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ କହିଛନ୍ତି ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କର । ହମାସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଧରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନେତାନ୍ୟାହୁ । କତର ଓ ଲେବାନନ ରାଜଧାନୀ ବେରୁଟ ସମେତ ଅନ୍ୟାନ୍ୟ ସ୍ଥାନରେ ହମାସ ନେତା ଓ କର୍ମୀ ଲୁକ୍କାୟିତ ଭାବେ ରହି କାମ କରୁଥିବାରୁ ସେମାନଙ୍କୁ ଧରିବା ଲାଗି ମୋସାଦକୁ ଦିଆଯାଇଛି ନିର୍ଦ୍ଦେଶ ।  ହମାସ କବଳରେ ଥିବା ୨୪୦ ପଣବନ୍ଦୀ ମୁକ୍ତ ନହେବା ଯାଏ ଗାଜା ଉପରେ ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ନେତାନ୍ୟାହୁ ।