ହମାସ୍‌ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ହମାସ୍‌ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ  । ଇସ୍ରାଏଲ ଉତ୍ତର ଗାଜାରେ ସ୍ଥଳ ଆକ୍ରମଣକୁ ଜୋରଦାର କରିବା ସହ ଆବାସିକ ଅଞ୍ଚଳରେ ବୋମାମାଡ଼ କରିବାରୁ ଗତ ୨୪ ଘଣ୍ଟାରେ ଲକ୍ଷାଧିକ ପାଲେଷ୍ଟାଇନ ନାଗରିକ ଦକ୍ଷିଣକୁ ପଳାୟନ କରିଛନ୍ତି।  ଉତ୍ତର ଗାଜାରେ ଦୈନିକ ୪ ଘଣ୍ଟା ଯୁଦ୍ଧବିରତି ପାଇଁ ଇସ୍ରାଏଲ ରାଜି ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ  ଗାଜାସିଟି ଉପରେ ସେମାନଙ୍କ ଆକ୍ରମଣର ଏକ ଭିଡିଓ ସେୟାର କରିଛି ଏବଂ ଦାବି କରିଛି ଯେ ସେମାନେ ହମାସର ଭିତ୍ତିଭୂମି ଓ ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବ୍ୟବହୃତ ସୁଡ଼ଙ୍ଗଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ହମାସର ସଶସ୍ତ୍ର ଶାଖା ମଧ୍ୟ ଏକ ଭିଡିଓ ଜାରି କରିଛି ଯେଉଁଥିରେ ଗାଜାସିଟିରେ ଦୁଇପଟେ ବୋମାମାଡ଼ରେ ଧରାଶାୟୀ ହୋଇଥିବା କୋଠାଗୁଡ଼ିକ ଭିତରେ ସଡ଼କ ଉପରେ ଇସ୍ରାଏଲ ସେନା ସହ ସେମାନେ ତୀବ୍ର ସଂଘର୍ଷରେ ଲିପ୍ତ ହୋଇଥିବା ଦେଖିବାକୁ ମିଳୁଛି।