ସଡ଼କ ପଥରେ ଦିଲ୍ଲୀରୁ ଲଣ୍ଡନ୍‌ ଯାତ୍ରା

ସଡ଼କ ପଥରେ ଦିଲ୍ଲୀରୁ ଲଣ୍ଡନ୍‌ ଯାତ୍ରା

ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) :


ଖୁବ୍‌ ଶୀଘ୍ର ସଡ଼କ ପଥରେ ବି ଦିଲ୍ଲୀରୁ ଲଣ୍ଡନ୍‌ ଯାଇପାରିବେ । ଶୁଣିଲେ ଆଶ୍ଚଯ୍ୟ ହେଲେ ବି ଏକ ବିଶେଷ ସୂତ୍ର ଜଣାପଡିଛି। ସୂଚନା ଅନୁସାରେ, ଆଗାମୀ ସେପ୍ଟେମ୍ବର ମାସରେ ଦିଲ୍ଲୀରୁ ଏହି ଅତ୍ୟାଧୁନିକ ବିଳାସମୟ ବସ୍‌ ସେବା ଆରମ୍ଭ ହେବ। ଜଣେ ସରକାରୀ ଅଧିକାରୀ କହିଛନ୍ତି, ରାସ୍ତା କଥା ଚୂଡ଼ାନ୍ତ ହୋଇଯିବା ପରେ ପର୍ଯ୍ୟଟକମାନେ ‘ଆଡ୍‌ଭେଞ୍ଚର୍ସ ଓଭର୍‌ଲ୍ୟାଣ୍ଡ୍‌ ବସ୍‌ ଟୁ ଲଣ୍ଡନ୍‌’ରେ ଯାତ୍ରା କରିବାରେ ସମର୍ଥ ହେବେ। ୭୦ ଦିନରେ ଏହି ବସ୍‌ ୨୦ ହଜାର କିଲୋମିଟର୍‌ ଯାତ୍ରା କରି ୧୮ ଦେଶ ପରିକ୍ରମା କରିବ।

ଉଲ୍ଲେଖଯୋଗ୍ୟ, ଏ କଥାଟି ନୂଆ ଲାଗୁଥିଲେ ମଧ୍ୟ, ଏଭଳି ଗୋଟାଏ ବସ୍‌ ସେବା ୬୫ ବର୍ଷ ତଳେ ବ୍ରିଟିସ୍‌ ବସ୍‌ କମ୍ପାନି ‘ଆଲ୍‌ବର୍ଟ ଟୁର୍ସ’ ଆରମ୍ଭ କରିଥିଲା। ୧୯୫୭ରେ ଆରମ୍ଭ ହୋଇଥିବା ଉକ୍ତ ବସ୍‌ ସେବା ଦିଲ୍ଲୀ ଦେଇ କୋଲ୍‌କାତା ଓ ଲଣ୍ଡନ୍‌କୁ ସଂଯୋଗ କରିଥିଲା। ଏହାର ଲୋକପ୍ରିୟ ନାଁ ଥିଲା ‘ହିପ୍ପି ଟୁର୍‌’। ୧୯୭୬ ପର୍ଯ୍ୟନ୍ତ ଚାଲୁଥିବା ଏହି ଡବଲ୍‌-ଡେକର୍‌ ବସ୍‌ ସେବା ଅଳ୍ପ କେତୋଟି ଦୁର୍ଘଟଣା କାରଣରୁ ଏବଂ ଦେଶ ଦେଶ ମଧ୍ୟରେ ସୀମା ବିବାଦ ବୃଦ୍ଧି ପାଇବାରୁ ବନ୍ଦ ହୋଇଯାଇଥିଲା।