ଯୁଦ୍ଧ ଜାରି ରହିବ : ଇସ୍ରାଏଲ ପ୍ରଧାନମନ୍ତ୍ରୀ
ହମାସ ନିକଟରେ ପଣବନ୍ଦୀ ଥିବା ୨୦୦ରୁ ଅଧିକ ଲୋକଙ୍କୁ ନଛାଡ଼ିବା ଯାଏ ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଗାଜାରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲର ରକେଟ ମାଡ଼ ଯୋଗୁଁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ହମାସ ବିରୋଧରେ ଲଢେଇ ଜାରି ରହିବ । ସାଧାରଣ ଲୋକଙ୍କୁ କୌଣସି ଅସୁବିଧା ନକରି ହମାସ ବିରୋଧ ଏହି ସଂଘର୍ଷ ଜାରି ରହିବ ବୋଲି ବେଞ୍ଜାମିନ କହିଛନ୍ତି ।ଶନିବାର ରାତିରେ କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍ରେ ଥିବା ମଗାଜୀ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ ଆକ୍ରମଣ ଯୋଗୁଁ ୫୧ଜଣ ପାଲେଷ୍ଟିନୀୟ ମରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ପିଲା। ଶନିବାର ରାତି ସାରା ‘ଇସ୍ରାଏଲ୍ ଡିଫେନ୍ସ୍ ଫୋର୍ସ’ ଗାଜା ଉପରେ ବୋମା ବର୍ଷଣ ଜାରି ରଖିଥିଲା। ଇସ୍ରାଏଲ୍ ସ୍ଥଳବାହିନୀ ଆକ୍ରମଣରେ ବି ଅନେକ ଆବାସିକ ବାସଭବନ ମଧ୍ୟ ନଷ୍ଟ ହୋଇଯାଇଛି।