ଭାରତକୁ ଭାଗ କରିବା ଖଲିସ୍ତାନୀ ଆତଙ୍କୀ ପନ୍ନୁର ଲକ୍ଷ୍ୟ
ଭାରତକୁ ଭାଗ କରିବା ହିଁ ଆତଙ୍କବାଦୀ ଗୁରପତୱାନ୍ତ ସିଂହ ପନ୍ନୁର ଲକ୍ଷ୍ୟ। ଏଥିପାଇଁ ସେ ତା’ର ଉଦ୍ୟମ ଜାରି ରଖିଛି ବୋଲି ଜଣାପଡ଼ିଛି। କାନାଡାରେ ରହି ଭାରତ ବିରୋଧରେ ମସୁଧା କରୁଥିବା ପନ୍ନୁର ଚଣ୍ଡିଗଡ଼ ଓ ଅମୃତସର ଠାରେ ଥିବା ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ଏବେ ତା’ ସମ୍ପର୍କରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି।ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପନ୍ନୁ ସମ୍ପର୍କରେ ପ୍ରସ୍ତୁତ କରିଥିବା ଦସ୍ତାବିଜରେ କୁହାଯାଇଛି ଯେ ବିଚ୍ଛିନ୍ନତାବାଦୀ ଗ୍ରୁପ ଶିଖ ଫର ଜଷ୍ଟିସର ମୁଖ୍ୟ ହେଉଛି ପନ୍ନୁ। ସେ ବାରମ୍ବାର ଅଡିଓ ମେସେଜ ଦ୍ୱାରା ଭାରତର ଏକତା ଓ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରି ଆସିଛି। ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପରେ ପନ୍ନୁ ସାମିଲ ଥିବା ଜଣାପଡ଼ିବା ପରେ ଏନଆଇଏ ତା’କୁ ଧରିବା ପାଇଁ ୨୦୧୯ରୁ ଉଦ୍ୟମ ଜାରି ରଖିଛି।
ସେହିପରି ୨୦୨୨ ଜୁଲାଇରେ ପନ୍ନୁକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିଥିଲା। କିନ୍ତୁ ତା’ ବିରୋଧରେ ରେଡ କର୍ଣ୍ଣର ନୋଠିସ ଜାରି କରିବା ପାଇଁ ଭାରତ ସରକାରଙ୍କ ଅନୁରୋଧକୁ ଦୁଇ ଥର ଇଣ୍ଟର ପୋଲ ଅଗ୍ରାହ୍ୟ କରି ଦେଇଛି।