ନାହାନ୍ତି ପ୍ରେଞ୍ଚ ସେଲିବ୍ରେଟ୍ ଗ୍ୟାସପର୍ଡ ଉଲିଏଲ
ମେଟ୍ରୋ ଟିଭି ଓଡିଶା,୨୦/୧ : ପ୍ରେଞ୍ଚ ସିନେ ଜଗତର ଅଭିନେତା ଗ୍ୟାସପର୍ଡ ଉଲିଏଲ ଆଉ ନାହାନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବରଫ ସ୍କେଟ୍ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବଡ ବଡ ଅଭିନେତା ଏହି ଖବର ଶୁଣି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଫ୍ରେଞ୍ଚ ସିନେମାର ସର୍ବୋତ୍ତମ ଅଭିନେତାମାନଙ୍କ ମଧ୍ୟରୁ ଗ୍ୟାସପର୍ଡ ଉଲିଲଙ୍କ ନାମ ଅନ୍ୟତମ । ଫ୍ରାନ୍ସର ଅଭିନେତା ଜାନ ଡୁଜାର୍ଡିନ ଇନଷ୍ଟାଗ୍ରାମରେ ଇମୋଜି ସହିତ ଗ୍ୟାସପାର୍ଡର ଏକ ଫଟୋ ସେୟାର କରି ଦେହାନ୍ତ ଖବର ବିଷୟରେ ଜଣାଇଛନ୍ତି । ରଗ୍ୟାସପର୍ଡଙ୍କ ପରିବାର ଅଭିନେତାଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଥିଲେ। ମାର୍ବଲର ଆଗାମୀ ଧାରାବାହିକ ‘ମୁନ୍ ନାଇଟ୍’ରେ ଗ୍ୟାସପର୍ଡ ଉଲିଲଙ୍କୁ ଦେଖିବାକୁ ମିଳିବ । ଫ୍ୟାଶନ୍ ଡିଜାଇନର୍ ଇଭ୍ ସନ୍ ଲୋରେଙ୍କ ବାୟୋପିକ୍ କରିବା ପରେ ଗ୍ୟାସପାର୍ଡ ଖୁବ୍ ଲୋକପ୍ରିୟ ହୋଇଥିଲେ ।