ଦ୍ରୁତତମ ଇଲେକ୍ଟ୍ରିକ ବିମାନ
ମେଟ୍ରୋ ଟିଭି ଓଡିଶା,୨୮/୧ : ବିଶ୍ୱର ବୃହତ୍ତମ କମ୍ପାନୀ ରୋଲ୍ସ-ରୋଏସ ଦ୍ରୁତତମ ଇଲେକ୍ଟ୍ରିକ ବିମାନ ପ୍ରସ୍ତୁତ କରିଛନ୍ତି । ଏହି ବିମାନ ୬୨୩କି.ମି ବେଗରେ ଉଡିପାରେ । ଏହି ବିମାନର ନାମ ହେଉଛି ସ୍ପିରିଟ ଅଫ ଇନୋଭେସନ ।
ସୂଚନା ଅନୁସାରେ ପରୀକ୍ଷଣରେ ଏହି ବିମାନଟି ମାତ୍ର ୧୧ମିନିଟରେ ପ୍ରାୟ ୩କିମି ଦୂରତା ଉଡାଣ ଭରିଥିଲା । ବିମାନଟି ୨୦୨ ସେକେଣ୍ଡ ମଧ୍ୟରେ ୩ହଜାର ମିଟର ଉଚ୍ଚତା ଉଡି ସଫଳତା ହାସଲ କରିଛି ,ଯାହା ପୂର୍ବ ରେକର୍ଡ ଠାରୁ ୬୦ ସେକେଣ୍ଡ କମ ଅଟେ । ଏହି ବିମାନ ୧୬ନଭେମ୍ବରରେ ବ୍ରିଟିଶ ସେନାର ପରୀକ୍ଷଣରେ ଶେଷଥର ଉଡାନ ଭରିଥିଲା । ଉଡାନ ସମୟରେ ବିମାନଟି ୬୨୩ କିମି ବେଗରେ ଉଡିଥିଲା । ରୋଲ୍ସ ରୋଏସ୍ର ଏହି ନୂତନ ବିମାନଟି ୪୦୦ ପାୱାର ଟ୍ରେନ୍ ଓ ୬୪୮୦ ସେଲ୍ ସହ ବ୍ୟାଟେରୀ ଲଗାଯାଇଛି । ବିମାନଟି ଥରେ ଚାର୍ଜ ହେଲେ ୩୦ମିନିଟ ପର୍ଯ୍ୟନ୍ତ ଉଡାଣ ଭରିପାରିବ । ଏବେ ଏହି ବିମାନର ଟେକ୍ନୋଲଜି ଉପରେ କାର୍ଯ୍ୟ କରାଯାଉଛି । ଯାହା ଚାର୍ଜରେ ୧୬୦କିମି ଯାତ୍ରା କରିପାରିବ ।