ତୁର୍କୀ ଭୂମିକମ୍ପ: ୫୬୮ ମୃତ

 ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୫୬୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି  । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। କାରଣ ଲୋକେ ଶୋଇଥିବା ବ‌େଳେ ଭୂମିକମ୍ପ ସଂଘଠିତ ହୋଇଛି । ମାଲାତିୟା ପ୍ରଦେଶରେ ଅନ୍ୟୂନ ୧୩୦ଟି କୋଠାଘର ଭାଙ୍ଗିଯାଇଥିବା ବେଳେ ଦିୟାବକିର୍‌ରେ ୧୬ଟି କୋଠାଘର ଭାଙ୍ଗିଯାଇଛି। ଭଗ୍ନସ୍ତୂପ ତଳେ ପୋତି ହୋଇ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।