ପୁଣି ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ । ଟ୍ରମ୍ପଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥିତ୍ବ ଉପରେ ରୋକ୍ ଲଗାଇଛି ଆମେରିକାର ମାଇନେ ସିନେଟ । ଜାନୁଆରୀ ୨୦୨୧ କ୍ୟାପିଟଲ ହିଂସା ମାମଲାରେ ଗତ ୨୦ ତାରିଖରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ କୋଲରାଡୋ କୋର୍ଟ। ମାଇନେ ସିନେଟ ସଚିବ ଶେନ୍ନା ବେଲୋସ କହିଛନ୍ତି- ଗତ ୨୦୨୧ ଜାନୁଆରୀ ୬ ହିଂସା ମାମଲାରେ ଟ୍ରମ୍ପଙ୍କ ପ୍ରମୁଖ ଭୂମିକା ଥିଲା । ଟ୍ରମ୍ପ ଯେଉଁ କାର୍ଯ୍ୟ କରିଥିଲେ ତାହାକୁ ଆମେରିକା ସମ୍ବିଧାନ ଗ୍ରହଣ କରିବ ନାହିଁ । ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଗତ ୨୦ ତାରିଖରେ ଟ୍ରମ୍ପଙ୍କ ବିରୋଧରେ ରାୟ ଦେଇଥିଲେ କୋଲରାଡୋ କୋର୍ଟ । ନିର୍ବାଚନ ଲଢ଼ିବାକୁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଆମେରିକା ଇତିହାସରେ ପ୍ରଥମ ଘଟଣା ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post
Next Post