ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ୍, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା । କିନ୍ତୁ ଏବେ ଏଥିରୁ ଅଧିକ ବିପଜ୍ଜନକ ଆଗ୍ନେୟଗିରି ବା ଜ୍ୱାଳାମୁଖୀ ସକ୍ରିୟ ହେବାକୁ ଯାଉଛି । ଏହାର ନାମ କ୍ୟାମ୍ପି ଫ୍ଲେଗେରି ବା ଫ୍ଲେଗ୍ରିନ୍ ଫିଲ୍ଡସ୍ । ଏହି ଆଗ୍ନେୟଗିରି ଅବସ୍ଥିତ ସ୍ଥାନରେ ଅନେକ ସହର ରହିଛି । ଆଗ୍ନେୟଗିରିର ସମଗ୍ର ଅଞ୍ଚଳ ୨୦୦ କିଲୋମିଟର ଧରି ବ୍ୟାପିଛି, ଯାହା ଇଟାଲୀର ମୁଖ୍ୟ ସହର ନେପଲ୍ସ ପର୍ଯ୍ୟନ୍ତ ଯାଇଛି । ଦୁଇଟି ଦ୍ୱୀପ ମଧ୍ୟ ଏଠାରେ ରହିଛି ।ତେବେ ଏକ ସମୟରେ ଏହି ସମଗ୍ର ଅଞ୍ଚଳରେ ଏକ ସକ୍ରିୟ ଜ୍ୱାଳାମୁଖୀ ଥିଲା । କିନ୍ତୁ ସମୟ ସହିତ ଯେତେବେଳେ ସ୍ଥାନଟି ଥଣ୍ଡା ହେଲା, ଲୋକମାନେ ଏହାର ଚାରିପାଖରେ ବସବାସ କରିବାକୁ ଲାଗିଲେ । ପ୍ରାୟ ୨୦ ଲକ୍ଷ ବର୍ଷ ପୂର୍ବେ ସକ୍ରିୟ ଥିବା ଜ୍ୱାଳାମୁଖୀ ଯୋଗୁଁ ଏଠାରେ ଏକ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଥିଲା । ବୈଜ୍ଞାନିକ ଭାଷାରେ ଏହାକୁ ଜଏଣ୍ଟ କାଲଡେରା କୁହାଯାଏ, ଯାହା ବଡ଼ ବଡ଼ ଗର୍ତ୍ତ ଏବଂ ସମତଳ ଅଞ୍ଚଳକୁ ଦର୍ଶାଇ ଥାଏ । ଆଜି ବି ଏହି ଗର୍ତ୍ତଗୁଡିକ ଏଠାରେ ଦେଖିବାକୁ ମିଳେ । କିନ୍ତୁ ଆଗ୍ନେୟଗିରି ଶାନ୍ତ ଥିବାରୁ ଏହି ଗର୍ତ୍ତଗୁଡ଼ିକ ସବୁଜ ରଙ୍ଗରେ ପୂରି ରହିଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post