ଆଉ କିଛି ଦିନ ପରେ ୨୦୨୪ ଆସିବାକୁ ଯାଉଛି। ତେବେ ଏଇଠି ପ୍ରଶ୍ନ ଉଠୁଛି, ୨୦୨୪ ବିଶ୍ୱ ପାଇଁ କେମିତି ରହିବ? ୨୦୨୪ ନେଇ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହୋଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ଦୁନିଆରେ ଅନେକ ଭବିଷ୍ୟବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାଙ୍କର ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି । ଫରାସୀ ଦାର୍ଶନିକ ନାସ୍ତ୍ରୋଦମସ ମଧ୍ୟ ଏହି ଲୋକମାନଙ୍କ ମଧ୍ୟରୁ ଜଣେ । ନାସ୍ତ୍ରୋଦମସଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଯେମିତିକି, ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା, ଜର୍ମାନୀରେ ହିଟଲରଙ୍କ ଉତ୍ଥାନ। ଏପରି ଅନେକ ଭବିଷ୍ୟବାଣୀ ତାଙ୍କର ସତ୍ୟ ହୋଇଛି । ତେବେ ୨୦୨୪ ବର୍ଷ ଆରମ୍ଭ ହେବାକୁ କେବଳ କିଛି ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ନୂଆ ବର୍ଷ ସେମାନଙ୍କ ପାଇଁ କିମ୍ବା ଦେଶ ତଥା ବିଶ୍ବ ପାଇଁ କିପରି ରହିବ। ଏନେଇ ନାସ୍ତ୍ରୋଦମସ ଭବିଷ୍ୟବାଣୀ କରିଛନ୍ତି ।ନାସ୍ତ୍ରୋଦମସ କବିତା ଶୈଳୀରେ ଲେଖାଯାଇଥିବା ରହସ୍ୟମୟ ଭବିଷ୍ୟତବାଣୀରେ ଲେଖିଛନ୍ତି ଯେ, ୨୦୨୪ରେ ଏ ଦୁନିଆ ଦେଖିବ ଜଳ ଯୁଦ୍ଧ । ‘ଲାଲ୍ ଶତ୍ରୁ’ ଭୟରେ ହଳଦିଆ ପଡିଯିବେ। ତାପରେ ମହାସାଗରରେ ସୃଷ୍ଟି ତାଣ୍ଡବ । ଆର୍ଥାତ୍ ଏଠାରେ ‘ଲାଲ୍ ଶତ୍ରୁ’ର ମାନେ ହେଉଛି ଚୀନ । ଏବଂ ଜଳ ଯୁଦ୍ଧର ଅର୍ଥ ହେଉଛି ତାଇୱାନ। ଚୀନ ସହ ତାଇୱାନର ଘମାଘୋଟ ଯୁଦ୍ଧ ହେବ ।
Trending
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କୁ ହଠାତ ଭେଟିଲେ କାହିଁକି ?
- ବାଂଲାଦେଶର ଢାକାରେ ଜେଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
- ଭାରତୀୟ ସେନାର ଶକ୍ତି ଦେଖିଥିଲା ସାରା ବିଶ୍ୱ
Prev Post