ଗତ ୮ଦିନ ମଧ୍ୟରେ ଗାଜାର ବିଭିନ୍ନ ସ୍କୁଲ ଉପରେ ଇସ୍ରାଏଲର ଏହା ପଞ୍ଚମ ଆକ୍ରମଣ। ଗାଜାର ସ୍କୁଲ ଉପରେ ହୋଇଥିବା ଏହି ଆକ୍ରମଣର ତଦନ୍ତ ଲାଗି ଫ୍ରାନ୍ସ ଓ ଜର୍ମାନୀ ଦାବି କରିଛନ୍ତି। ମାତ୍ର ଇସ୍ରାଏଲ ସେନା କହିଛି ଯେ ସ୍କୁଲରେ ଆତଙ୍କବାଦୀମାନେ ଆଶ୍ରୟ ନେଇଥିବାରୁ ଏହାକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ କରାଯାଇଛି। ଅନ୍ୟପଟେ ହମାସ ପରିଚାଳିତ ସାଧାରଣ ସୁରକ୍ଷା ଏଜେନ୍ସି କହିଛି ଯେ ସ୍କୁଲରେ ଯୁଦ୍ଧ ପ୍ରଭାବିତ ଲୋକେ ଆଶ୍ରୟ ନେଇଥିବାବେଳେ ସେମାନଙ୍କ ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଆବୁ ଆରବାନ ସ୍କୁଲ ଜାତିସଂଘ ପରିଚାଳିତ ଏକ ରିଲିଫ୍ ଶିବିର ହୋଇଥିବାବେଳେ ଏହା ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ରହିଛନ୍ତି। ସୂଚନାଯୋଗ୍ୟ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post