ଗାଜା ଉପତ୍ୟକାରେ ଇସ୍ରାଏଲର ଆକ୍ରମଣରେ ୫୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଛି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହା କହିଛନ୍ତି । ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଇସ୍ରାଏଲ ଏଭଳି ଏକ ଆକ୍ରମଣ କରିଛି । ମିଳିତ ଜାତିସଂଘ ପକ୍ଷରୁ ପ୍ରାୟ ୬ ଲକ୍ଷ ୪୦ ହଜାର ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବାକୁ ଲକ୍ଷ୍ୟ ଥିଲା । ହେଲେ ଏହାପୂର୍ବରୁ ଇସ୍ରାଏଲ ସେନା ହମାସ ଆତଙ୍କବାଦ ବିରୋଧରେ ଲଢେଇ ଜୋରଦାର କରିବାକୁ ଯାଇ ବଡ଼ ଆକ୍ରମଣ କରିଛି । ଗାଜା ଉପତ୍ୟକାରେ ଇସ୍ରାଏଲ ସେନା ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୧୧ ମାସରୁ ଅଧିକ ଦିନ ହେବ ଜାରି ରହିଛି । ସେପଟେ ଇସ୍ରାଏଲ-ଲେବାନନ୍ ସୀମାନ୍ତ ଅଞ୍ଚଳରେ ଇରାନ ସମର୍ଥିତ ହିଜବୁଲ୍ଲା ସହ ସଂଘର୍ଷ ମଧ୍ୟ ତୀବ୍ର ହୋଇଛି । ଏଥିରେ ଇରାନ ସମର୍ଥିତ ଇସଲାମିକ ଜିହାଦ ବାହିନୀର ସ୍ଥାନୀୟ କମାଣ୍ଡରଙ୍କ ସମେତ ଅତି କମରେ ୧୭ ଜଣ ପାଲେଷ୍ଟାଇନୀ ନିହତ ହୋଇଛନ୍ତି । ଗତ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଗାଜା ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରଠାରୁ ପଶ୍ଚିମ ତଟରେ ୬୬୦ରୁ ଅଧିକ ପ୍ରାଣ ହରାଇଛନ୍ତି ।
Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Prev Post