ଆଜି ଗାଜାରେ ଏକ ସ୍କୁଲ୍ ପରିସରରେ ଚାଲିଥିବା ଆଶ୍ରୟସ୍ଥଳ ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିବାରୁ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବିସ୍ଥାପିତ ଲୋକଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଏକ ସ୍କୁଲ୍ ଉପରେ ଇସ୍ରାଏଲ ଆଜି ଅଚାନକ କୌଣସି ପୂର୍ବ ସତର୍କ ସୂଚନା ନଦେଇ ବୋମା ମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି ଯେ ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି। ଆକ୍ରମଣ ସ୍ଥଳର ଦୃଶ୍ୟ ଅତି ଭୟାନକ ଥିଲା ଏବଂ ଏହାର ଭିଡିଓ ଭାଇରାଲ ହୋଇଛି। ଚାରିଆଡ଼େ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।ଶତାଧିକ ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଏବଂ ୬ ଜଣ ମହିଳା ଥିବା ଜଣାପଡ଼ିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଏହି ଆଶ୍ରୟସ୍ଥଳରେ ୩୫୦ ପରିବାର ଆଶ୍ରୟ ନେଇଥିଲେ। ବୋମାମାଡ଼ରେ ସ୍କୁଲ କୋଠାର ୨ଟି ମହଲା ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ଜାତିସଂଘ ସୂଚନାନୁଯାୟୀ ଗାଜାରେ ୫୬୪ ସ୍କୁଲ୍ ବିଲ୍ଡିଂ ମଧ୍ୟରୁ ୪୭୭ଟି ବିଲ୍ଡିଂ ଉପରେ ସିଧାସଳଖ ଆକ୍ରମଣ ହୋଇଛି। ଆଜି ଆକ୍ରମଣ ହୋଇଥିବା ତବାଇନ ସ୍କୁଲ୍ରେ ୧ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଥିଲେ। ବିଟ୍ ହାନୌନ୍ରେ ଥିବା ଲୋକମାନଙ୍କୁ ଇସ୍ରାଏଲ ସେନା ସେମାନଙ୍କ ଘର ଛାଡ଼ିବାପାଇଁ ନିର୍ଦ୍ଦେଶ ଦେବାପରେ ସେମାନେ ଆସି ଏହି ସ୍କୁଲ୍ରେ ରହୁଥିଲେ। ଏହି ସ୍କୁଲକୁ ମଧ୍ୟ ଏକ ମସ୍ଜିଦ ଭାବେ ବ୍ୟବହାର କରାଯାଏ।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
Prev Post
Next Post