ଆଜି ଗାଜାରେ ଏକ ସ୍କୁଲ୍ ପରିସରରେ ଚାଲିଥିବା ଆଶ୍ରୟସ୍ଥଳ ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିବାରୁ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବିସ୍ଥାପିତ ଲୋକଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଏକ ସ୍କୁଲ୍ ଉପରେ ଇସ୍ରାଏଲ ଆଜି ଅଚାନକ କୌଣସି ପୂର୍ବ ସତର୍କ ସୂଚନା ନଦେଇ ବୋମା ମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି ଯେ ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି। ଆକ୍ରମଣ ସ୍ଥଳର ଦୃଶ୍ୟ ଅତି ଭୟାନକ ଥିଲା ଏବଂ ଏହାର ଭିଡିଓ ଭାଇରାଲ ହୋଇଛି। ଚାରିଆଡ଼େ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।ଶତାଧିକ ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଏବଂ ୬ ଜଣ ମହିଳା ଥିବା ଜଣାପଡ଼ିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଏହି ଆଶ୍ରୟସ୍ଥଳରେ ୩୫୦ ପରିବାର ଆଶ୍ରୟ ନେଇଥିଲେ। ବୋମାମାଡ଼ରେ ସ୍କୁଲ କୋଠାର ୨ଟି ମହଲା ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ଜାତିସଂଘ ସୂଚନାନୁଯାୟୀ ଗାଜାରେ ୫୬୪ ସ୍କୁଲ୍ ବିଲ୍ଡିଂ ମଧ୍ୟରୁ ୪୭୭ଟି ବିଲ୍ଡିଂ ଉପରେ ସିଧାସଳଖ ଆକ୍ରମଣ ହୋଇଛି। ଆଜି ଆକ୍ରମଣ ହୋଇଥିବା ତବାଇନ ସ୍କୁଲ୍ରେ ୧ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଥିଲେ। ବିଟ୍ ହାନୌନ୍ରେ ଥିବା ଲୋକମାନଙ୍କୁ ଇସ୍ରାଏଲ ସେନା ସେମାନଙ୍କ ଘର ଛାଡ଼ିବାପାଇଁ ନିର୍ଦ୍ଦେଶ ଦେବାପରେ ସେମାନେ ଆସି ଏହି ସ୍କୁଲ୍ରେ ରହୁଥିଲେ। ଏହି ସ୍କୁଲକୁ ମଧ୍ୟ ଏକ ମସ୍ଜିଦ ଭାବେ ବ୍ୟବହାର କରାଯାଏ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post