ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧରେ ହୋଇଛି ଶେଷ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧରେ ହୋଇଛି ଶେଷ ଆଜି ଶାନ୍ତି ପ୍ରସ୍ତାବରେ ସ୍ବାକ୍ଷର କରିବେ ଇସ୍ରାଏଲ ଏବଂ ହମାସ। ଇଜିପ୍ଟର ଶାର୍ମ ଏଲ୍-ଶେଖରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଡୋନାଲ୍ଡ ଟ୍ରମ୍ପ ଓ ମିଶରର ରାଷ୍ଟ୍ରପତି ଅବଦେଲ ଫତାହ, ୨୦ରୁ ଉର୍ଦ୍ଧ୍ବ ବିଶ୍ବ ନେତା ଏହି ସମ୍ମିଳନୀରେ ସାମିଲ ହେବେ । ଭାରତର ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହେବା ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାରେ ଅଗ୍ରଗତି ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବନ୍ଧକଙ୍କ ମୁକ୍ତି ପାଇଁ ହୋଇଥିବା ବୁଝାମଣା ଏବଂ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ବୃଦ୍ଧିକୁ ଶ୍ରୀ ମୋଦୀ ସ୍ୱାଗତ କରିଛନ୍ତ । ବିଶ୍ୱର କୌଣସି ସ୍ଥାନରେ କୌଣସି ବି ରୂପରେ ଆତଙ୍କବାଦ ଗ୍ରହଣୀୟ ନୁହେଁ ବୋଲି ସେ ଦୋହରାଇଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ