କେ.ପି ଶର୍ମା ଓଲିଙ୍କୁ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସୋମବାର ସେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।
ନେପାଳର ନୂତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଅଭିନନ୍ଦନ ଜଣାଇ ପିଏମ ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି, ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଁ ଅଭିନନ୍ଦନ। ଆମର ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ଗଭୀର ସମ୍ପର୍କକୁ ଆହୁରି ମଜଭୁତ କରିବା ଏବଂ ଆମ ଦେଶର ପ୍ରଗତି ଏବଂ ସମୃଦ୍ଧତା ପାଇଁ ପାରସ୍ପରିକ ଲାଭଦାୟକ ସହଯୋଗକୁ ଆହୁରି ବିସ୍ତାର କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛୁ।
ଏହାପୂର୍ବରୁ ନେପାଳର କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ ମାର୍କ୍ସବାଦୀ ଲେନିଷ୍ଟ) (ସିପିଏନ-ୟୁଏମଏଲ) ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ନୂତନ ମିଳିତ ସରକାରର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ଦିଆଯାଇଛି। ବିବୃତ୍ତିରେ କୁହାଯାଇଛି, ସମ୍ବିଧାନର ଧାରା ୭୬ (୨) ଅନୁଯାୟୀ ରାଷ୍ଟ୍ରପତି ସିପିଏନ-ୟୁଏମଏଲ ଅଧ୍ୟକ୍ଷ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି।
ଏହାପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ନିମ୍ନ ଗୃହରେ ଟ୍ରଷ୍ଟ ଭୋଟରେ ହାରି ଯାଇଥିଲେ। ଜୁଲାଇ ୩ରେ, ସିପିଏନ-ୟୁଏମଏଲ ନେପାଳୀ କଂଗ୍ରେସ ସହିତ ଏକ ମେଣ୍ଟ ଗଠନ କରିଥିଲା।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post