ଇସ୍ରାଏଲ ‘ନୂଆ ଯୁଦ୍ଧ’ ଆରମ୍ଭ

ଲେବାନନ୍‌ରେ ହେଜବୁଲ୍ଲା ଆତଙ୍କବାଦୀ ବ୍ୟବହାର କରୁଥିବା ପେଜର୍‌ ଓ  ୱାକିଟକିରେ ବିସ୍ଫୋରଣ ଘଟାଇ ଇସ୍ରାଏଲ ‘ନୂଆ ଯୁଦ୍ଧ’ ଆରମ୍ଭ କରିଛି। ଇସ୍ରାଏଲ ଆଜି ପୁଣିଥରେ ଦକ୍ଷିଣ ଲେବାନନ୍‌ରେ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ୧୫୦ରୁ ଅଧିକ ଆଡ଼ା  ଉପରେ ଭୟଙ୍କର ଆକ୍ରମଣ କରିଛି। ଇସ୍ରାଏଲ ସେନା ଗୁରୁବାର ହେଜବୁଲ୍ଲାର ସମସ୍ତ ପ୍ରମୁଖ ଆଡ଼ା, କମାଣ୍ଡ ସେଣ୍ଟର  ଆଦିକୁ ଟା‌ର୍ଗେଟ୍‌ କରି ଘନ ଘନ  ବିମାନ ଆକ୍ରମଣ କରିଛି।  ରିପୋର୍ଟ ଅନୁଯାୟୀ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଦକ୍ଷିଣ ଲେବାନନ୍‌ରେ ହେଜବୁଲ୍ଲା ଆତଙ୍କବାଦୀଙ୍କ ୩୦ ଲଞ୍ଚର, ୧୫୦ ଆଡ଼ା , ସାମରିକ ଭିତ୍ତିଭୂମି, ଏକାଧିକ କୋଠା ଏବଂ ଅସ୍ତ୍ରଶସ୍ତ୍ର  ଗୋଦାମକୁ ଟାର୍ଗେଟ୍‌ କରି ବୋମା ବର୍ଷା କରିଛି।