ଇସ୍ରାଏଲକୁ ସାହାଯ୍ୟ କରିବାକୁ ଆମେରିକାର ପ୍ରତିବଦ୍ଧ
ଇସ୍ରାଏଲକୁ ଦୃଢ ସମର୍ଥନ କରିଥିବାରୁ ନେତାନ୍ୟାହୁ ବାଇଡେନଙ୍କୁ ଧନ୍ୟବାଦ
ଇସ୍ରାଏଲ ଓ ଚରମପନ୍ଥୀ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରୁଛି। ଏହି ସମର୍ଥନକୁ ମଜବୁତ କରିବା ପାଇଁ ଆମେରିକା ଇସ୍ରାଏଲକୁ ସାମରିକ ସହାୟତା ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଏହି ଯୁଦ୍ଧରେ ଆମେରିକା ଇସ୍ରାଏଲ ସହ ଛିଡା ହୋଇଛି। ବାଇଡେନ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି। ଇସ୍ରାଏଲକୁ ଦୃଢ ସମର୍ଥନ କରିଥିବାରୁ ନେତାନ୍ୟାହୁ ବାଇଡେନଙ୍କୁ ଧନ୍ୟବାଦ ଦେଇଛନ୍ତି। ନିରନ୍ତର ସମର୍ଥନ ପାଇଁ ନେତାନ୍ୟାହୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।