ଆସିଆନ୍‌ ସମ୍ମିଳନୀ ଆମକୁ ଯୋଡ଼ୁଛି: ମୋଦୀ

ଜାକର୍ତ୍ତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଇଣ୍ଡୋନେସିଆର ଜାକର୍ତ୍ତାରେ ଆସିଆନ୍‌-ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇ  କହିଛନ୍ତି ଯେ ଇତିହାସ, ଭୂଗୋଳ ଭାରତ ଓ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଙ୍କୁ ଯୋଡ଼ୁଛି। ବହୁମୁଖୀ ଦୁନିଆରେ ସହଭାଗୀ ମୂଲ୍ୟବୋଧ, ଆଞ୍ଚଳିକ ଏକତା, ଶାନ୍ତି, ସମୃଦ୍ଧି ଏବଂ ପାରସ୍ପରିକ ବିଶ୍ବାସ ଆମକୁ ଏକତ୍ରିତ କରିଛି ବୋଲି ମୋଦୀ ଆସିଆନ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି। ସେହିପରି ଭାରତର ଆକ୍ଟ ଇଷ୍ଟ ପଲିସିରେ ଏସିଆ ଏକ କେନ୍ଦ୍ର ଅଟେ।

 

ଭାରତ ଏସିଆର ସହଭାଗିତା ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଏସିଆର ଦୃଷ୍ଟିକୋଣକୁ ସମର୍ଥନ କରେ। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଭାରତର ନୀତି ନିର୍ଣ୍ଣାୟକ ସ୍ଥାନ ଗ୍ରହଣ କରିଛି ବୋଲି ମୋଦୀ କହିଛନ୍ତି। ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର‌ରେ ସହଯୋଗ ବୃଦ୍ଧି ନେଇ ଫଳପ୍ରଦ ଆଲୋଚନା ହୋଇଥିବା ମୋଦୀ ସ୍ପଷ୍ଟ କରିଛନ୍ତି।

 

ମୋଦୀ କହିଛନ୍ତି, ଗତ ବର୍ଷ ଆମେ ଭାରତ- ଆସିଆନ ବନ୍ଧୁତ୍ବ ଦିବସ ପାଳନ କରିଥିଲୁ ଏବଂ ଏହାକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀ ରୂପ ପ୍ରଦାନ କରିଥିଲୁ।