ଆଶ୍ରୟସ୍ଥଳ ଯିବାକୁ ଇସ୍ରାଏଲ୍‌ର ନିର୍ଦ୍ଦେଶ

ହମାସ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ୧୦ ମାସ ଧରି ଯୁଦ୍ଧ ଚାଲିଲାଣି । ଯୁଦ୍ଧରେ ଘରଦ୍ୱାର ହରାଇ ଗାଜା ସହରର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶତାଧିକ ଲୋକ ଶନିବାର ଇସ୍ରାଏଲ୍‌ ସେନାର ଏୟାରଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିଲେ। ଉକ୍ତ ସ୍କୁଲ ପରିସରରେ ହମାସ୍‌ ଆତଙ୍କବାଦୀ ରହୁଥିଲେ ଏବଂ ଆକ୍ରମଣରେ ୧୯ ଆତଙ୍କବାଦୀ ନିହତ ହୋଇଥିବା ଇସ୍ରାଏଲ୍‌ ଦାବି କରିଛି। ଇସ୍ରାଏଲ୍‌ ସେନା ଦକ୍ଷିଣ ଗାଜାରେ ଆକ୍ରମଣକୁ ଜୋର୍‌ଦାର କରିବାକୁ ଯାଉଥିବାରୁ ବ୍ୟାପକ ଅଞ୍ଚଳ ଖାଲି କରିବା ପାଇଁ ରବିବାର ନିର୍ଦ୍ଦେଶନାମା ଜାରି କରିଛି।