ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତାକାଲି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସରଗରମ । ଆସନ୍ତାକାଲି ଭୋଟ ।  ସରିଛି  ପ୍ରଚାର । ତେବେ ଆମେରିକୀୟ ଭୋଟର୍‌ମାନେ ଆଗୁଆ ମତଦାନରେ ନୂଆ ରେକର୍ଡ କରିଛନ୍ତି। ଭୋଟର୍‌ଙ୍କ ବଦଳୁଥିବା ମନୋଭାବ କିଏ ଜିତିବ ତାହା ବଡ଼ ପ୍ରଶ୍ନ ।

ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଲଢ଼େଇ ଚାଲିଛି । ନିଜ ନିଜର ସମର୍ଥକ ମହଲରେ ଦ୍ବନ୍ଦ୍ବ ବଢ଼ାଇ ଦେଇଛି ଏହି ନିର୍ବାଚନ। ନଭେମ୍ବର ୫ ତାରିଖ ନିର୍ବାଚନ ଦିବସ ପୂର୍ବରୁ   ପ୍ରାରମ୍ଭିକ ମତଦାନରେ ନ୍ୟୁୟର୍କ ଏକ ରେକର୍ଡ ସୃଷ୍ଟି କରିସାରିଛି  । ଏଠାକାର ଭୋଟର ଆଗୁଆ ଭୋଟ ଦେଇଛନ୍ତି ।  ପ୍ରତିଦିନ ଲକ୍ଷ ଲକ୍ଷ ଭୋଟର୍‌ ଆଗୁଆ ମତଦାନ କରିଥିବା ଜଣାପଡିଛି।

ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ଇଲେକ୍ସନ ଲ୍ୟାବ୍ ଟ୍ରାକର ତଥ୍ୟ ଅନୁଯାୟୀ, ୬୮ ନିୟୁତରୁ ଅଧିକ ଆମେରିକୀୟ ମତଦାନ କରିସାରିଲେଣି। ‘ମେଲ୍-ଇନ୍ ବାଲଟ୍’  ମାଧ୍ୟମରେ ହେଉ କିମ୍ବା  ମତଦାନ କେନ୍ଦ୍ର ମାଧ୍ୟମରେ ହେଉ, ସମଗ୍ର ଦେଶରେ ଭୋଟରମାନେ ଆଗୁଆ ମତଦାନ ବିକଳ୍ପ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧାର ଫାଇଦା ଉଠାଉଛନ୍ତି। ଲମ୍ବା ଧାଡ଼ି କିମ୍ବା ନିର୍ବାଚନ ଦିନ ଅପ୍ରତ୍ୟାଶିତ ସମସ୍ୟାରୁ ଦୂରେଇ ରହିବାକୁ ସୁଯୋଗ ଦେଇଥାଏ ।