ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ଏନେଇ ଟ୍ରମ୍ପ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ।

ମାତ୍ରାଧିକ ଭୋଟ୍‌ ଦେଇ ଜିତାଇଥିବାରୁ ଆମେରିକା ଭୋଟର୍‌ମାନଙ୍କୁ ଟ୍ରମ୍ପ୍‌ ଧନ୍ୟବାଦ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରମୁଖ ଷ୍ଟେଟ୍‌ ପେନସିଲଭାନିଆ ଜିତିବେ ବୋଲି ପୂର୍ବାନୁମାନ କରାଯାଉଥିଲା। ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି ।

ଦେଶବାସୀ ପୁଣି ତାଙ୍କୁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଫଳାଫଳ ଆସିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ଟ୍ରମ୍ପ ଦେଶ ପାଇଁ କ’ଣ ସବୁ ସ୍ବପ୍ନ ଦେଖିଛନ୍ତି, ତାହା ଜଣାଇଛନ୍ତି।

ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମେରିକାବାସୀମାନଙ୍କୁ ଧନ୍ୟବାଦ | ଏହା ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖି ନଥିଲି | ଆମେ ଆମର ସୀମାକୁ ମଜବୁତ କରିବୁ | ଦେଶର ସମସ୍ତ ସମସ୍ୟାର ସମାଧାନ କରିବୁ |

ସ୍ୱିଙ୍ଗ୍ ରାଜ୍ୟ ଭୋଟରଙ୍କୁ ଧନ୍ୟବାଦ ଜଣାଇ ଡୋନାଲ୍ଡ ଟ୍ରମ୍ପ କହିିଛନ୍ତି ଯେ, ମୁଁ ଆପଣଙ୍କ ପରିବାର ଏବଂ ଭବିଷ୍ୟତ ପାଇଁ ଲଢ଼ିବି।  ଆଗାମୀ ଚାରି ବର୍ଷ ଆମେରିକା ପାଇଁ ସ୍ବର୍ଣ୍ଣିମ ହେବାକୁ ଯାଉଛି | ଜନସାଧାରଣ ଆମକୁ ଏକ ଦୃଢ଼ ଜନାଦେଶ ଦେଇଛନ୍ତି। ଏହା ଏଭଳି ଏକ ରାଜନୈତିକ ବିଜୟ ଯାହା ଆମେରିକା ପୂର୍ବରୁ କେବେ ଦେଖି ନଥିଲା। ମୁଁ ପ୍ରତିଦିନ ଏବଂ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଲଢ଼ିବି | ବର୍ତ୍ତମାନ ଆମେ କୌଣସି ଯୁଦ୍ଧକୁ ଅନୁମତି ଦେବୁ ନାହିଁ ।