ଆଫଗାନିସ୍ତାନରେ ଡଙ୍ଗା ଓଲଟିବାରୁ ବଡ଼ ଦୁର୍ଘଟଣା

ଆଫଗାନିସ୍ତାନର ପୂର୍ବ ପ୍ରଦେଶର ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ଓଲଟିବାରୁ ଶନିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଡଙ୍ଗା ନଦୀରେ ବୁଡ଼ିଗଲା ଯେଉଁଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ।ଅଲଜଜିରା ରିପୋର୍ଟ ଅନୁସାରେ, ନାଙ୍ଗରହାର ପ୍ରଦେଶର ସୂଚନା ବିଭାଗର ମୁଖ୍ୟ କୁରୈଶି ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ, ମହିଳା ଏବଂ ଶିଶୁ ଭର୍ତ୍ତି ଏକ ଡଙ୍ଗା ସକାଳ ୭ଟାରେ ମୋମଣ୍ଡ ଦାରା ଜିଲ୍ଲାର ବାସୱାଲ ଅଞ୍ଚଳରେ ବୁଡ଼ି ଯାଇଥିଲା ।