କିଛି ଦିନ ହେଲା ଧମକ ଦେଉଥିବା ପାକିସ୍ତାନ ସ୍ବର ନରମ ପଡ଼ିଛି । ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେହେରାନରୁ ଦିଆଯାଇଥିବା ଏହି ବିବୃତ୍ତିରେ ସେ କଶ୍ମୀର, ଆତଙ୍କବାଦ, ଜଳ ଏବଂ ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ଇଚ୍ଛା ପ୍ରକାଶ କରିିଥିବା ଭିଡିଓ ଭାଇରାଲ ହେଉଛି । ଶେହବାଜ ଶରିଫ ଇରାନ ଗସ୍ତ ସମୟରେ ତେହେରାନରେ ଏହି ବୟାନ ଦେଇଛନ୍ତି। ତୁର୍କୀରୁ ତେହେରାନରେ ପହଞ୍ଚିଥିବା ଶେହବାଜ ସେଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ କଶ୍ମୀର, ଜଳ, ଆତଙ୍କବାଦ ଏବଂ ବାଣିଜ୍ୟ ଭଳି ପ୍ରସଙ୍ଗରେ ଭାରତ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ଆମେ ପଡ଼ୋଶୀ ଏବଂ ଶାନ୍ତି ଆମର ପ୍ରାଥମିକତା। ଯଦି ଭାରତ ଆମର ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରେ, ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ।
Trending
- ସିନ୍ଦୂର ଆମ ପରମ୍ପରା। ସିନ୍ଦୂର ନାରୀ ଶକ୍ତିର ପ୍ରତିକ – ମୋଦୀ
- ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ
- ଆଜି ପୁଞ୍ଚ ଯାତ୍ରା କରିବେ ଶାହ
- ଆଇପିଏଲ ଫାଇନାଲରେ ପ୍ରବେଶ କଲା ଆରସିବି
- ପୂର୍ବତନ ଭାଜପା ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
- କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ମିଆଁମାରରେ ପୁଣି ଭୂକମ୍ପର ଝଟକା
- ପ୍ରବଳ ବର୍ଷାରେ ବେହାଲ୍ ମୁମ୍ବାଇ ,୧୦୭ ବର୍ଷର ରେକର୍ଡ ଭାଙ୍ଗିଲା
- ଆଜି ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ’
Prev Post