ନେପାଳର ରାଜଧାନୀ କାଠମାଣ୍ଡୁରେ ଉଡ଼ାଣ ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୯ ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହିତ ବିମାନର ପାଇଲଟ ଗୁରୁତର ଆହତ ହୋଇଛନ୍ତି। ସେ ଚିକିତ୍ସିତ ହେଉଛନ୍ତି। ପାଇଲଟଙ୍କ ନାମ ଶାକ୍ୟ ବୋଲି କୁହାଯାଉଛି।କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ, ବୁଧବାର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟିଆଇ ମୁଖପାତ୍ର ପ୍ରେମନାଥ ଠାକୁର କହିଛନ୍ତି ଯେ, ପୋଖରା ଅଭିମୁଖେ ଯାଉଥିବା ବିମାନରେ ବିମାନ କର୍ମଚାରୀଙ୍କ ସମେତ ୧୯ ଜଣ ଥିଲେ। ସକାଳ ପ୍ରାୟ ୧୧ଟା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି।
Trending
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
- ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
- ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା
- ସ୍ୱାଧୀନତା ଦିବସ, କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..
- ଆଧାର ନାଗରିକତାର ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ – ସୁପ୍ରିମକୋର୍ଟ
- ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା ହେବ
- ଆଜି ବିଶ୍ବ ହାତୀ ଦିବସ
- ସେପ୍ଟେମ୍ବର ୧ ରୁ ଦିଲ୍ଲୀରୁ ୱାଶିଂଟନ ବିମାନ ସେବ ବନ୍ଦ
- ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା
- ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିଲେ ଜମି ଦେବେ ସରକାର
Prev Post
Next Post