ଆସନ୍ତା ୨୯ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମ୍ୟାନ୍ମାର ନିକଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ସେପ୍ଟେମ୍ବର ୩୦ ତାରିଖରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଦେଇ ଓଡ଼ିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଉପକୂଳ କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମ୍ବା ବେଳେ ବେଳେ ୬୦ରୁ ୭୦ କି.ମି. ରହିବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କଟକ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତ୍ସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଆଦି ଜିଲାରେ ଅକ୍ଟୋବର ୨ ତାରିଖ ଯାଏ ପ୍ରବଳ ବର୍ଷା ହେବ। ତେବେ ଲଘୁଚାପ ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି