ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ଏହାର ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ବି ଭୀଷଣ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଯାଏ ବର୍ଷିପାରେ ।ସେହିପରି ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ । ସେସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟା ପରେ ରାଜ୍ୟରେ ବର୍ଷା ପ୍ରଭାବ କମିବ । ଆସନ୍ତାକାଲି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ହୋଇଛି ହାରାହାରି ୨୩ ମିଲିମିଟର ବର୍ଷା ।
Trending
- ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି
- ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆତଙ୍କବାଦୀମାନଙ୍କୁ ସେମାନଙ୍କ ଧର୍ମ ଦେଖି ନୁହେଁ, ସେମାନଙ୍କ କାର୍ଯ୍ୟକୁ ଆଧାର କରି ହତ୍ୟା କରିଛି ଭାରତ –
- ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଛନ୍ତି
- ନବରାତ୍ରର ପ୍ରଥମ ଦିନ
- ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ଜେନା
- ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ – ପ୍ରଧାନମନ୍ତ୍ରୀ
- ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି
- ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
Prev Post
Next Post