ରାଜ୍ୟରେ ଜାରି ରହିଛି ତାତିର ରାଜ । ଉପକୂଳରୁ ଆଭ୍ୟନ୍ତର ସବୁଠି ତାତିର ପ୍ରଭାବ । ପ୍ରଚଣ୍ଡ ଗରମ ସହ ଅସହ୍ୟ ଗୁଳୁଗୁଳି । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଉପକୂଳରେ ଦିନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟାଇଁ ଟାଇଁ ଖରା ହେବା ସହ ତାତି ଅସ୍ତବ୍ୟସ୍ତ କରୁଛି । ମେଘମୁକ୍ତ ଆକାଶ ପାଇଁ ଖରାର ପ୍ରଭାବ ଅଧିକ ରହୁଛି ବୋଲି ପାଣିପାଗ ବିଭାଗ କହିଛି । ଉତ୍ତର- ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ପବନ ଶୀତପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି । ୩୬.୯ ଡିଗ୍ରୀ ସହ ଭଦ୍ରକ ରବିବାର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି ।ତେବେ ଆସନ୍ତା ୧୮ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିବ ବୋଲି କୁହାଯାଉଛି । ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି ।
Trending
- ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ
- ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ରକ୍ଷା ବନ୍ଧନରେ କୁନି ଶିଶୁର ଅନୁରୋଧକୁ ରକ୍ଷା କଲେ ପ୍ରଧାନମନ୍ତ୍ର
- ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି
- ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା
- ଭାରତବାସୀଙ୍କୁ ସୁଲଭ ମୂଲ୍ୟରେ ଏଲପିଜି ଦେବା ପାଇଁ ୩୦ହଜାର କୋଟିର ଉପହାର ଘୋଷଣା କଲେ କେନ୍ଦ୍ର ସରକାର
- ହସ୍ତତନ୍ତ ଆତ୍ମନିର୍ଭରଶୀଳତାର ପ୍ରତୀକ; ଶ୍ରୀ ଶିବରାଜ ସିଂହ
- ୧୧ତମ ଜାତୀୟ ହସ୍ତତନ୍ତ ଦିବସରେ ସମ୍ମାନଜନକ ହସ୍ତତନ୍ତ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ
- ମାଲ ପରିବହନକୁ ୨୩୦ ନିୟୁତ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ
- ଭାରତ କେବେବି ଏହାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ – ପ୍ରଧାନମନ୍ତ୍ରୀ
Prev Post
Next Post