ଦୁଇ ଦିନ ଅସ୍ତବ୍ୟସ୍ତ କରିବ କୁହୁଡ଼ି
ରାଜ୍ୟରେ ପାଗରେ ଦେଖିବାକୁ ପରିବର୍ତ୍ତନ । କିଛି ଦିନଧରି କୋହଲା ପାଗ ଲାଗି ରହିଥିବା ବେଳେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ହୋଇଛି । ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ । ହାଲୁକା ବର୍ଷାରେ ଭିଜିଛି ଟ୍ବିନ୍ ସିଟି ଭୁବନେଶ୍ବର-କଟକ । ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛଇ ।