ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ ‘ହାମୁନ୍’। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କାଲି ରାତିରେ ଅବପାତରେ ପରିଣତ ହୋଇଥିବା ବେଳେ, ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଆସନ୍ତାକାଲି ଘୂର୍ଣ୍ଣିବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହା ଓଡ଼ିଶାକୁ ଆସିବନି। ଦଶରା ବେଳେ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଓଡ଼ିଶାବାସୀଙ୍କୁ ପୁଣି ଚିନ୍ତା ଓ ଆଶଙ୍କାରେ ପକାଇଥିବା ବେଳେ, ଆଶ୍ୱସ୍ତିର ବିଷୟ ହେଉଛି ଏହା ଓଡ଼ିଶା ଆଡ଼କୁ ଆସିବନି। ପୂର୍ବାନୁମାନ ଅନୁସାରେ, ଏହା ବାଂଲାଦେଶ ଓ ସନ୍ନିକଟ ପଶ୍ଚିମବଙ୍ଗ ଆଡ଼କୁ ଯିବ ଏବଂ ସେଠାରେ ଅଧିକ ପ୍ରଭାବ ପକାଇବ। ତେବେ ଓଡ଼ିଶାରେ କାଲିଠୁ ୩ ଦିନ କେବଳ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ୨୪ ତାରିଖ ଅର୍ଥାତ ଦଶହରାରେ ପବନର ବେଗ ବଢିବାର ଆଶଙ୍କା ଥିବାରୁ ପୂଜା ପେଣ୍ଡାଲ କ୍ଷତିଗ୍ରସ୍ ହୋଇପାରେ।
Trending
- ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ମୃତ, 50 ନିଖୋଜ
- ଆଜି ଏନଡ଼ିଏ ସଂସଦୀୟ ଦଳ ବୈଠକ
- ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର
- ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
Prev Post
Next Post