ଘନ କୁହୁଡିରେ ଓଡ଼ିଶା
ପର୍ୟ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘନ କୁହୁଡି ଯୋଗୁଁ ଯାତାୟତରେ ଅସୁବିଧା ପାଇଁ ଆଜି ୧୦ଟି ଜିଲ୍ଲା ଏବଂ ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିଥିଲା । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୪ ଦଶମିକ ୬ ଡିଗ୍ରୀ ସେଲ୍ସିୟସ୍ ରହିଥିବାବେଳେ ସେମିଳିଗୁଡ଼ାରେ ୫ ଦଶମିକ ୬ ଡିଗ୍ରୀ ଏବଂ ଫୁଲବାଣୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ଥିଲା ।