ଆସନ୍ତା ୨୯ ତାରିଖରୁ ଉପକୂଳ ଓ ଦକ୍ଷିଣରେ ବର୍ଷାଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ ଆସନ୍ତା ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ କେତେକ ସ୍ଥାନରେ ବର୍ଷା ହେବ। ପରିମାଣ ବଢ଼ିବ। ବିଶେଷ କରି ୨ ତାରିଖରୁ ଅଧିକ ବର୍ଷା ହେବ। ଅନ୍ୟପକ୍ଷରେ ରାଜ୍ୟର କେତୋଟି ସ୍ଥାନରେ ଆସନ୍ତା ଦୁଇଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ।ଆସନ୍ତା ୨୯ରୁ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନିଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।
Trending
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
Prev Post
Next Post