ଆଜି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଜି ପ୍ରବଳ ବର୍ଷା ସମ୍ଭାବନା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଟୁଇନ ସିଟିରେ ମଧ୍ୟ ଲଘୁଚାପର ପ୍ରଭାବ ପଡ଼ିଛି । କଟକରେ ବର୍ଷା ପାଇଁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ  ଉତ୍ତର ଓଡ଼ିଶା ଉପକୂଳ ଦେଇ ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ମୁହାଁ ହୋଇଛି ଲଘୁଚାପ । ଆସନ୍ତା ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅଧିକାଂଶ ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷାନେଇ ସତର୍କତା ଜାରି ହୋଇଛି । ଲଗାଣ ବର୍ଷା ଦ୍ବାରା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ।